ବିଶ୍ୱରେ ଟେକ୍ନୋଲୋଜିର ବ୍ୟବହାର ବଢିବାରେ ଲାଗିଛି । ଏନେଇ ପ୍ରତ୍ୟେକ ଦିନ ଭଳି ଲୋକଙ୍କ ଜୀବନଶୈଳୀ ମଧ୍ୟ ଡିଜିଟାଲ ହେବାରେ ଲାଗିଛି । ଟେକ୍ନୋଲୋଜିର ଚାହିଦା ଅଧିକ ବଢିବା ଦ୍ୱାରା ସାଇବର୍ କ୍ରାଇମ୍ ମଧ୍ୟ ବଢିବାରେ ଲାଗିଛି । ଏନେଇ ସାଇବର୍ କ୍ରିମିନାଲମାନେ ମଧ୍ୟ ବ୍ୟବହାରକାରୀଙ୍କୁ ସିକାର କରିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି, ଯାହାଦ୍ୱାରା ଏହି ସମ୍ପର୍କରେ ଜାଣିବା ମଧ୍ୟ କଷ୍ଟକର ହୋଇଥାଏ । ସୂଚନା ମୁତାବକ ଆଗକୁ ସାଇବର କ୍ରିମିନାଲମାନେ ଏପରି କିଛି ନୂଆ ନୂ୍ଆ ପ୍ଲାନ ନେଇ ଆସୁଛନ୍ତି, ଯାହାଦ୍ୱାରା ସାଧାରଣ ଜନତା ଏହାର ସିକାର ହେବାର ସମ୍ଭାବନା ରହିଛି । ଗତକିଛି ଦିନ ପୂର୍ବରୁ ଆଣ୍ଡ୍ରୋଏଡ୍ ମେଲୱେୟର ବ୍ଲେକରାଂକ ସାମ୍ନାକୁ ଆସିଥିଲା, ଯାହା ଜରିଆରେ ୟୁଜର୍ସଙ୍କ ଡାଟା ଚୋରି କରାଯାଉଥିଲା । ଏନେଇ ବର୍ତ୍ତମାନ ଆଗକୁ ମଧ୍ୟ ଏଭଳି କିଛି ହେବାର ଆଶଂକା ରହିଛି । ତେବେ ଆସନ୍ତୁ ଜାଣିବା ହ୍ୟାକର୍ସମାନଙ୍କ ଠାରୁ ଦୂରେଇ ରହିବା ପାଇଁ କେଉଁ କେଉଁ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ ।
ଗୁଗଲ୍ କ୍ରୋମ ଅପଡେଟ୍ ନାଁ ରେ ହୋଇପାରନ୍ତି ପ୍ରତାରଣାର ସିକାର:
ରିପୋର୍ଟ ଅନୁଯାୟୀ ସାଇବର କ୍ରିମିନାଲ ଏହି ଅପଡେଟ୍ କୁ ଆପଣାଇବା ପାଇଁ ନକଲି ଗୁଗଲ କ୍ରୋମ ଅପଡେଟ୍ ର ବ୍ୟବହାର କରିଥାନ୍ତି । ଏହାଦ୍ୱାରା ଗୁଗଲ୍ କ୍ରୋମ ଅପଡେଟ୍ ନାଁରେ ର୍ହି ୟୁଜର୍ସ ଏହାର ସିକାର ହୋଇଥାନ୍ତି । ଏହିକାରଣରୁ ଆପରଙ୍କୁ ଏଭଳି ପ୍ରତାରଣାରୁ ସଚେତନ ରହିବା ନିହାତି ଜରୁରୀ ।
ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ହ୍ୟାକର୍ସଙ୍କ ନଜର:
ଏହି ସ୍କାମ୍ ଜରିଆରେ ହ୍ୟାକର୍ସମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରିପାରନ୍ତି । ଏଥିପାଇଁ ହ୍ୟାକର୍ସମାନେ ପ୍ରଥମେ ବ୍ୟବହାରକାରୀଙ୍କ ଗୁଗଲ୍ କ୍ରୋମର ନକଲି ଅପଡେଟ୍ ପଠାଇଥାନ୍ତି । ଯାହାକୁ ଇନଷ୍ଟଲ କରି ୟୁଜରଙ୍କ କମ୍ପୁ୍ୟଟରର କଣ୍ଟ୍ରୋଲ ପାଇବା ପରେ ଏକ ମେଲୱେୟର ଆପଣଙ୍କ କମ୍ପୁ୍ୟଟରରେ ଇନଷ୍ଟଲ କରିଥାନ୍ତି । ଏହାପରେ ବ୍ୟାକିଂ ଟ୍ରାଞ୍ଜେକ୍ସନ ପ୍ରୋଗ୍ରାମ ଜରିଆରେ ଆପଣଙ୍କ ଆକାଉଣ୍ଟ ଖାଲି କରିଥାନ୍ତି । ଏହି ପ୍ରୋଗ୍ରାମ ବିଶେଷ ରୂପେ ବ୍ୟାଙ୍କ ଆକାଉଣ୍ଟ କୁ ଲକ୍ଷ୍ୟ କରିବା ପାଇଁ କରାଯାଇଛି ।
ଇଣ୍ଟରନେଟ୍ ଏକ୍ସପ୍ଲୋରର ନାଁ ରେ ହୋଇପାରନ୍ତି ଠକାମିର ସିକାର:
ବ୍ୟବହାରକାରୀ କେବଳ ଗୁଗଲ୍ କ୍ରୋମ ନୁହଁନ୍ତି ବରଂ ଇର୍ଟରନେଟ୍ ଏକ୍ସପ୍ଲୋରର ମାଧ୍ୟମରେ ମଧ୍ୟ ହ୍ୟାକ୍ କରିପାରନ୍ତି । ଏନେଇ କ୍ରୋମ ବ୍ୟବହାରୀଙ୍କ ବ୍ୟତୀତ ଇର୍ୟରନେଟ୍ ଏକ୍ସପ୍ଲୋରର ୟୁଜର୍ସମାନେ ମଧ୍ୟ ସଚେତନ ରହିବା ଆବଶ୍ୟକ ।
ଗୁଗଲ୍ କ୍ରୋମ ଅପଡେଟ୍ କରିବାର ସଠିକ୍ ଉପାୟ:
ଗୁଗଲ୍ କ୍ରୋମ ୟୁଜର୍ସଙ୍କୁ କୌଣସି ପ୍ରକାର ର୍ୟାଣ୍ଡମ୍ ୱେବସାଇଟ୍ ରୁ କ୍ରୋମ ଅପଡେଟ୍ କରିବା ଅନୁଚିତ । କ୍ରୋମ ଅପଡେଟ୍ କରିବା ପାଇଁ ଆପଣ ନିଜର ବ୍ରାଉଜରର ସେଟିଂକୁ ଯାଇ ଅପଡେଟ୍ କରିବା ଉଚିତ । ବ୍ରାଉଜର ଅପଡେଟ୍ କରିବା ପାଇଁ ଏହା ସବୁଠାରୁ ସହଜ ଏବଂ ସେଫ୍ ଉପାୟ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0