ପୋକୋ ବହୁତ ଜଲଦି ଭାରତରେ ଶସ୍ତା ସ୍ମାର୍ଟଫୋନ Poco C3 ଲଞ୍ଚ କରିବ । ଏହି ହ୍ୟାଣ୍ଡସେଟର ନାଁ ଏବଂ ମଡେଲ୍ ନମ୍ବର ସାର୍ଟିଫିକେସନ Bluetooth SIG ୱେବସାଇଟ୍ ଜରିଆରେ ଜାଣିବାକୁ ମିଳିଛି । ସୂଚନା ମୁତାବକ ଏହି ଫୋନ କମ୍ପାନୀ ଆସନ୍ତା ମାସରେ ଲଞ୍ଚ କରିବାକୁ ଯାଉଛି । ଏଥିସହ ପୋକୋ ଇଣ୍ଡିଆ ଭାରତରେ ଭିନ୍ନ ଭିନ୍ନ ସ୍ତରରେ ସ୍ମାର୍ଟଫୋନ ଲଞ୍ଚ କରିବାର ପ୍ଲାନିଂ କରିଛି ।
୧୦ ହଜାର ଟଙ୍କାରୁ କମ ହୋଇପାରେ ଏହି ସ୍ମାର୍ଟଫୋନର ମୂଲ୍ୟ:
ଗତବର୍ଷ କମ୍ପାନୀ ୧୭,୪୯୯ ଟଙ୍କାରେ poco x2 ସ୍ମାର୍ଟଫୋନ ଲଞ୍ଚ କରିଥିଲା । ସେହିଭଳି ବର୍ତ୍ତମାନ କିଛି ଦିନ ପୂର୍ବରୁ ମାର୍କେଟରେ Poco M2 Pro ଲଞ୍ଚ ହୋଇଛି । ଏହି ଫୋନର ଦାମ୍ ୧୩,୯୯୯ ଟଙ୍କା ରହିଛି । ପୋକୋ x2 ଏବଂ M2 ଆଧାରରେ କୁହାଯାଉଛି ଆଗକୁ ଆସିବାକୁ ଥିବା poco C3 10 ହଜାର ଟଙ୍କାରୁ କମ ମୂଲ୍ୟରେ ଲଞ୍ଚ କରାଯିବ । କିନ୍ତୁ ଏନେଇ କମ୍ପାନୀ କୌଣସି ସ୍ପଷ୍ଟ ସୂଚନା ଜାରି କରିନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0