spot_img

ଖୁବଶୀଘ୍ର ଟ୍ରେସ୍‌ ହେବେ ବ୍ରିଟେନ୍‌ ଫେରନ୍ତା: ବିଏମ୍‌ସି ଅଧିକାରୀ

ଭୁବନେଶ୍ୱର  : ଭୁବନେଶ୍ବରରେ ଅନେକ ବ୍ରିଟେନ ଫେରାନ୍ତଙ୍କ ପତ୍ତାମିଳୁନି । ଯାହା ବିଏମ୍‌ସିର ଚିନ୍ତା ବଢାଇ ଦେଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ଅଧିକାରୀ ।ବିଏମ୍‌ସି ଅଧିକାରୀ ଦେଇଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍‌ରୁ ଫେରିଥିବା କିଛି ଲୋକଙ୍କ ପତ୍ତା ମିଳୁନାହିଁ । ସେମାନେ ଦେଇଥିବା ତଥ୍ୟ ଆଧାର ଖୋଜୁଛି ବିଏମ୍‌ସି । ଫେରନ୍ତା ଲୋକ ଦେଇଥିବା ଠିକଣାକୁ ବିଏମ୍‌ସି କର୍ମଚାରୀ ଯାଇ ଖୋଜୁଛନ୍ତି । ଖୁବ୍‌ କମ ଦିନ ମଧ୍ୟରେ ସେମାନଙ୍କୁ ଟ୍ରେସ୍‌ କରାଯିବ ।

କିଛି ବ୍ରିଟେନ୍‌ ଫେରନ୍ତାଙ୍କ ମୋବାଇଲ୍ ନମ୍ବର ଭୁଲ ଥିବାରୁ ସେମାନଙ୍କୁ ଖୋଜିବା କଷ୍ଟ ହେଉଛି ।  ୬୨ ଜଣ ବ୍ରିଟେନ୍ ଫେରନ୍ତାଙ୍କ ଠିକଣା ମିଳୁନାହିଁ । ଭୁଲ୍ ମୋବାଇଲ୍ ନମ୍ବର ଓ ଠିକଣା ଥିବାରୁ ଚିହ୍ନଟ ହୋଇପାରୁନାହାନ୍ତି । ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିଛି । ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି । ସେପଟେ ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମୋଟ୍ ୬ଟି ମାମଲା ମିଳିଛି । ମଙ୍ଗଳବାର ସରକାରଙ୍କ ତରଫରୁ ଏନେଇ ସୂଚନା ଦିଆଯାଇଛି । ଏହାମଧ୍ୟରୁ ତିନୋଟି ବେଙ୍ଗାଲୁରୁ, ୨ଟି ହାଇଦ୍ରାବାଦ ଓ ଗୋଟିଏ ପୁଣେ ଲ୍ୟାବର ସାମ୍ପଲରେ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular