spot_img

୨ବର୍ଷ ଜେଲ ସହ ହୋଇପାରେ ୧ଲକ୍ଷ ଟଙ୍କା ଜୋରିମନା….ନିୟମ ଉଲ୍ଲଂଘନ ଓ ମାସ୍କ ପିନ୍ଧିବା ନେଇ ଝାଡଖଣ୍ଡରେ ନୂଆ ଆଇନ

ରାଞ୍ଚି: କରୋନା ମୁକାବିଲାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନିୟମ ଲାଗୁ କରାଯାଉଛି । ଏନେଇ ଆଜି ଝାଡଖଣ୍ଡରେ ଏକ ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ବୁଧବାର ଝାଡଖଣ୍ଡ ରାଜ୍ୟ ସରକାର କ୍ୟାବିନେଟରେ ସଂକ୍ରାମକ ରୋଗ ଅଧିନିୟମ ୨୦୨୦ ବିଲ୍ କୁ ପାରିତ କରିଛନ୍ତି । ଏଥିରେ ସ୍ପଷ୍ଟ ଉଲ୍ଲେଖ ଅଛି, ରାଜ୍ୟରେ ଏବେ କରୋନା ନିୟମ ଉଲ୍ଲଂଘନ କଲେ କିମ୍ବା ମାସ୍କ ନ ପିନ୍ଧିଲେ ଦୋଷୀକୁ ଏକ ଲକ୍ଷ ଟଙ୍କା ଜୋରିମନା ସହ ଦୁଇ ବର୍ଷ ଜେଲ୍ ଦଣ୍ଡ ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular