ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ସିନ୍ଦୋଳ ପଞ୍ଚାୟତ ଅଧିନ ସେନବାଡ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଦୌଲତପୁର ପଞ୍ଚାୟତ ମାଲପୁର ଗାଁର ହୃଦାନନ୍ଦ ବେହେରାଙ୍କ ପୁଅ ସନ୍ଥ ବେହେରା(୨୫) ଓ ଗୁରୁତର ଆହତ ହୋଇଥିବା ହରିସିଂପୁର ପଞ୍ଚାୟତ ମାଣକାଣି ଗାଁର ଚିତ୍ତରଞ୍ଜନ ଜେନାଙ୍କ ପୁଅ ଜଗବନ୍ଧୁ ଜେନା(୨୨) ବୋଲି ଜଣାଯାଇଛି ।
ଗତକାଲି ରାତିରେ ତିହିଡିରୁ ଘରକୁ ଫେରୁଥିବା ବେଳେ ବାମପଟେ ଏକ ବାଲି ବୋଝେଇ ଟ୍ରକ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଭୟ ମୂମୁର୍ଷ ଅବସ୍ଥାରେ ତଳେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ପରେ ସେମାନଙ୍କୁ ତୁରନ୍ତ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେଠାରେ ଜଗବନ୍ଧୁ ଜେନାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0