spot_img

ଭାରସାମ୍ୟ ହରାଇ ବ୍ରିଜ୍‌ରେ  ପିଟି ହେଲା ବସ

ମୋହନା : ଭାରସାମ୍ୟ ହରାଇ  ବ୍ରିଜ୍‌ରେ  ପିଟି ହେଲା ବସ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ । ‘ମହାବୀର’ ନାମକ ଏକ ଘରୋଇ ବସ୍ ୫୦ ଯାତ୍ରୀଙ୍କୁ ଧରି  ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖେମୁଣ୍ଡିଖେଲ ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍‌ର ଗାର୍ଡ ୱାଲ୍‌ରେ ପିଟି ହୋଇଯାଇଥିଲା। ଗାର୍ଡ ୱାଲ୍ ଭାଙ୍ଗି ଯାଇଥିଲା ଓ ବସ୍‌ର ବାମ ପାର୍ଶ୍ୱର କିଛି ଅଂଶ ବ୍ରିଜ୍‌ ତଳକୁ ଝୁଲି ରହିଥିଲା। ବସ୍‌ର ବାମ ପାର୍ଶ୍ୱର ସମ୍ମୁଖ ଚକ ସଂପୂର୍ଣ୍ଣ ଭାବେ ବ୍ରିଜ୍ ତଳକୁ ଝୁଲି ରହିଥିଲା।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular