spot_img

ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭଦ୍ରକ : ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ସଡ଼କ ସୁରକ୍ଷା ମାସ ଅବସରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ସଡକ ସୁରକ୍ଷା ସପ୍ତାହ ଅବସରରେ ଭଦ୍ରକ ଜିଲ୍ଲା ପୋଲିସ ସମେତ ବିଭିନ୍ନ ସଂଗଠନ ମଧ୍ୟ ସଚେତନ କରୁଛନ୍ତି । ଭଦ୍ରକ ଜିଲ୍ଲା  ଧୁଷୁରୀ ଓ ବେତାଳିଗାଁ ବଜାରରେ ସଡ଼କ ସୁରକ୍ଷା ଅଭିଯାନ ଆୟୋଜିତ ହୋଇଛି । ଧୁଷୁରୀ ପୋଲିସ , ଭଦ୍ରକ ପରିବହନ ବିଭାଗ ଓ ଧୁଷୁରୀ ଆଞ୍ଚଳିକ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇ ଚକିଆ ଗାଡି ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବାକୁ କୁହାଯାଇଛି । ଏପିରକି ଚାରି ଚକିଆ ଯାନ ଚାଳକ ସମେତ ବସିଥିବା ଲୋକ ବେଲ୍ଟ ପିନ୍ଧିବାକୁ ଅନୁରୋଧ କରାଯାଉଛି । ଏହି ଅବସରରେ ଅମାନିଆଙ୍କୁ ଗୋଲାପ ଫୁଲ ଏବଂ ଚକଲେଟ ଦେଇ  ସଚେତନତା କରାଯାଇଥିଲା ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular