ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଏକ ଅଭାବନୀୟ ର୍ଘଟଣା । ଢେଙ୍କାନାଳ ସହର ଷ୍ଟେସନ ବଜାର ଅଂଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ କାମ କରୁଥିବାବେଳେ ମେସିନରେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କଟକ ଗୁରୁଡ଼ିଝାଟିଆର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ପ୍ରଶାନ୍ତ କାରଖାନାରେ ମିଲିଂ ୟୁନିଟରେ କାମ କରୁଥିଲେ । ତେବେ ସେଫଟି କିଟ ନପିନ୍ଧି କାମ କରୁଥିବା ଯୋଗୁଁ ମେସିନରେ ସର୍ଟଲାଗି ଯିବାରୁ ତାଙ୍କୁ ଟାଣି ନେଇଥିଲା ବୋଲି ସୂଚନା ମିଳିଛି । ଫଳରେ ମେସିନରେ ଚାପିହୋଇ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ଏହି ମୃତ୍ୟୁ ପରେ କାରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0