ଜମ୍ମୁ–କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ଏଥିରେ 3 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।ଏହି ଏନକାଉଣ୍ଟର ସୋପିଆନର ମନିହାଲ ଗ୍ରାମରେ ହୋଇଛି । ଏବେସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କୁ ଘର, କବାଟ ଓ ଝରକା ବନ୍ଦ ରଖିବାକୁ ଅପିଲ କରାଯାଇଛି ।ଭାରତୀୟ ସୁରକ୍ଷା କର୍ମୀଙ୍କୁ ସୋପିଆନରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନରେ ବାହାରିଥିଲେ । ମନିହାଲ ଗ୍ରାମରେ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଭାରତୀୟ ଯବାନ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ ମଧ୍ୟ ସେମାନେ ଗୁଳିଚାଳନା ବନ୍ଦ କରିନଥିଲେ ।ଏହାପରେ ଯବାନମାନେ ମଧ୍ୟ ଜବାବ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0