spot_img

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ

ଜମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ। ଏଥିରେ  3 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି ଆହୁରି ମଧ୍ୟ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।ଏହି ଏନକାଉଣ୍ଟର ସୋପିଆନର ମନିହାଲ ଗ୍ରାମରେ ହୋଇଛି ଏବେସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ସ୍ଥାନୀୟ ଲୋକଙ୍କୁ ଘର, କବାଟ ଝରକା ବନ୍ଦ ରଖିବାକୁ ଅପିଲ କରାଯାଇଛି ଭାରତୀୟ ସୁରକ୍ଷା କର୍ମୀଙ୍କୁ ସୋପିଆନରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ଏହାପରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନରେ ବାହାରିଥିଲେ   ମନିହାଲ ଗ୍ରାମରେ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ ଭାରତୀୟ ଯବାନ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ ମଧ୍ୟ ସେମାନେ ଗୁଳିଚାଳନା ବନ୍ଦ କରିନଥିଲେ ।ଏହାପରେ ଯବାନମାନେ ମଧ୍ୟ ଜବାବ ଦେଇଥିଲେ  

LEAVE A REPLY

Please enter your comment!
Please enter your name here

- Advertisment -

Most Popular