spot_img

ବିଏସଏଫ୍ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ବିଏସ୍ଏଫ ଗୁଳିରେ ୫ଜଣ ଅନୁପ୍ରବେଶକାରୀ ନିହତ । ଶନିବାର ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏହି ଘଟଣା ଘଟିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅନୁପ୍ରବେଶକାରୀମାନେ ପଞ୍ଜାବର ତରନ ତାରନ ଜିଲ୍ଲା ଦେଇ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବଳ ପ୍ରତିବାଦ କରିଥିଲା । ଏହା ପରେ ଅନୁପ୍ରବେଶକାରୀମାନେ ଗୁଳି ଚାଳନା କରିଥିଲେ । ଏହାର ପ୍ରତିଉତ୍ତରରେ ବିଏସଏଫ୍ ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ଫଳରେ ୫ଜଣ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡିଛି । ୧୦୩ ବାଟିଲିୟନ ସଜାଗ ରହିଥିବା ବେଳେ ସୈନିକମାନେ ଅନ୍ତର୍ଜାତୀୟ ସୀମାରେ ସନେ୍ଦହଜନକ ଗତିବିଧିକୁ ତଦାରଖ କରୁଛନ୍ତି । ସଂପୃକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଜଣଙ୍କର ମୃତ ଶରୀର, ଏକେ-୪୭ ରାଇଫଲ୍, ୩ଟି ପିସ୍ତଲ ଓ ଗ୍ରେନେଡ୍ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular