spot_img

୪୮ ଘଣ୍ଟା ବନ୍ଦ ରହିବ ନବରଙ୍ଗପୁର ଏସବିଆଇ

ନବରଙ୍ଗପୁରନବରଙ୍ଗପୁର ସ୍ଥିତ ଏସବିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ୟାଙ୍କକୁ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କଲେ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ । ସରକାରଙ୍କ SOP ଅନୁଯାୟୀ ବ୍ୟାଙ୍କ ବିଲ୍ଡିଂକୁ ସାନିଟାଇଜ୍ କରିବା ପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ବ୍ୟାଙ୍କକୁ ବନ୍ଦ ଘୋଷଣା କରାଯାଇଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩୧ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୯ରେ ପହଞ୍ଚିଛି । ସେଥିମଧ୍ୟରୁ ୬୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୭୮ଟି ଆକ୍ଟିଭ କେସ୍ ରହିଛି । ସେଥିମଧ୍ୟରୁ ୨୧୯ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular