ଆଜି ରାଜ୍ୟରେ ୧୭ଟି ଜିଲ୍ଲାରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ କିଛି ଦିନ ଧରି ରାଜ୍ୟରେ ପଜିଟିଭ ସଂଖ୍ୟା ବଢୁଥିବା ଯୋଗୁଁ ରାଜ୍ୟ ବାସୀଙ୍କ ଚିନ୍ତା ବଢାଇଦେଇଥିଲ । ଆଜି ରାଜ୍ୟରେ ୨୦୩ ଆକ୍ରନ୍ତ ସୁସ୍ଥ ହେବା ପରେ ଯାହାକି ଓଡିଶା ପାଇଁ ଏକ ଭଲ ଖବର । ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୬୦, ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକରୁ ୧୪ , କେନ୍ଦୁଝରରୁ ୧୩, ନୟାଗଡ଼ରୁ ୧୨, ମୟୁରଭଞ୍ଜରୁ ୧୦, ଯାଜପୁରରୁ ୯, ବାଲେଶ୍ୱରରୁ ୮ ଏବଂ କେନ୍ଦ୍ରାପଡ଼ାରୁ ୭ , ଅନୁଗୁଳରୁ ୪, ଢେଙ୍କାନାଳରୁ ୩,ବଲାଙ୍ଗୀର ଏବଂ ଜଗତସିଂହପୁରରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ଦେବଗଡଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ତେବେ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ହଜାର ୯୪୬କୁ ବୃଦ୍ଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ ପରିବାର କଲ୍ୟାଣ ବିଭାଗ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0