ମୁମ୍ବାଇ: ତାଣ୍ଡବ ୱେବସିରିଜର ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ତେବେ ନିର୍ମାତାଙ୍କ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲେ ମଧ୍ୟ ତାଙ୍କୁ ଜେରା କରିବା ପାଇଁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଉତ୍ତରପ୍ରଦେଶ ପୁଲିସ ପହଞ୍ଚିଛି । ସୈଫ୍ ଅଲୀ ଖାନ୍ ଏବଂ ଡିମ୍ପଲ କପାଡିଆଙ୍କ ଅଭିନୀତ ଏହି ୱେବ୍ ସିରିଜରେ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଛି। ଦେଶର ୬ଟି ସହରରେ ଏହି ୱେବସିରିଜ ବିରୋଧରେ ଏତଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ଏତଲା ଆଧାରରେ ଲକ୍ଷ୍ନୌର ହଜରତଜଙ୍ଗରୁ ୪ ପୁଲିସ ଅଧିକାରୀ ନିର୍ମାତାଙ୍କୁ ପଚରାଉଚରା କରିବା ଲାଗି ମୁମ୍ବଇରେ ପହଞ୍ଚିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0