ଡାକ୍ତରଙ୍କ ଅନୁପସ୍ଥିତି ନେଇ ରୋଗୀ କଲ୍ୟାଣ ସମିତି ବୈଠକରେ ଉଦବେଗ । ବାଳକାଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଚଳିତ ବର୍ଷ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି ଅଧ୍ୟକ୍ଷତା କରିଥିଲେ । ବୈଠକରେ ସ୍ଥାନୀୟ ହସ୍ପିଟାଲରେ ଡାକ୍ତର, କର୍ମଚାରୀ ତଥା ସ୍ୱାସ୍ଥ୍ୟକର୍ମୀ ଅଧିକାଂଶ ସମୟରେ ଅନୁପସ୍ଥିତ ରହିଥିବା ନେଇ ପୂର୍ବରୁ ବିଧାୟକଙ୍କ ନିକଟରେ କରିଥିବା ଅଭିଯୋଗ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଗତ ବର୍ଷ ମଧ୍ୟରେ ରୋଗୀକଲ୍ୟାଣ ସମିତି ଅଧୀନରେ ଖର୍ଚ୍ଚ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଅନୁଦାନ ଅର୍ଥ ଏବଂ କୋଭିଡକାଳୀନ ଆୟବ୍ୟୟର ସମୀକ୍ଷା କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି, କୋଭିଡ କାର୍ଯ୍ୟର ସଠିକ ପରିଚାଳନା ନେଇ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅର୍ଥରାଶି ଖର୍ଚ୍ଚ ନ ହୋଇପାରିବା , ଏହା ବ୍ୟତୀତ ହସ୍ପିଟାଲରେ ଗେଟ ନିର୍ମାଣ ସାଙ୍ଗକୁ କାଓକ୍ୟାଚର ନିର୍ମାଣ ପାଇଁ ନୂଆ ପ୍ରସ୍ତାବ ଗୃହିତ ହୋଇଥିଲା । ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚଭାଗ୍ୟଧର ନନ୍ଦୀ, ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0