ଜାତୀୟ ମାନବିକ ଅଧିକାର କମିଶନ ଙ୍କ କୋର୍ ଗ୍ରୁପ ସଦସ୍ୟ ମନୋଜ ଜେନା ଓ ତାଙ୍କ ଟିମ୍ ନରସିଂହପୁର ବ୍ଲକର ଫୁଲପଡା ପଞ୍ଚାୟତର ନୂଆ ଫୁଲପଡା ଗ୍ରାମରେ ପହଞ୍ଚି କିଡନୀ ଆକ୍ରାନ୍ତ ମାନଙ୍କ ସହିତ ରୋଗର ଲକ୍ଷଣ,ସମ୍ପର୍କରେ ପଚାରି ବୁଝିବା କିଭଳି ଏହି ରୋଗର ସ୍ଥାୟୀ ପ୍ରତିକାର ପାଇଁ ସରକାରୀ ସ୍ତରରେ ଅଧିକ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ସେମାନଙ୍କ ସହିତ ଆଲୋଚନା କରିଥିଲେ। ବଡମ୍ବା-ନରସିଂହପୁର ବ୍ଲକରେ କିଭଳି କିଡନୀ ରୋଗର ନିରାକରଣ ପାଇଁ ଜାତୀୟ ମାନବିକ ଅଧିକାର ଏବଂ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର କିପରି ଅଧିକ ଯତ୍ନବାନ ହେବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜାତୀୟ ମାନବିକ ଅଧିକାର କମିଶନଙ୍କ କୋର୍ ଗ୍ରୁପ ସଦସ୍ୟ ମନୋଜ ଜେନା କହିଛନ୍ତି। ଏହି ଟିମ୍ ରେ ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ , ମାନବିକ ଅଧିକାର କର୍ମୀ ଅଶୋକ ଜେନା,ସାମାଜିକ କର୍ମୀ ସୁବ୍ରତ କୁମାର ଇନ୍ଦ୍ରଜିତ୍ ,ସାର୍ପ ସଂଗଠନ ସମ୍ପାଦକ ବିଜୟ କୁମାର ପଣ୍ଡ,ଫୁଲପଡା ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।



Visitors Today : 2
Total Visitors : 130165
Total Views : 9891610
Visitors Online Now : 0