spot_img

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ

ପାଟଣା : ପାରିବାରିକ କଳହକୁ ନେଇ ଝଗଡା ହେବା ପରେ ମାନସିକ ଭାରସାମ୍ୟ ହରାଇ ଘରେ ଗ୍ୟାଲେନରେ ଥିବା କିରାସିନକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣ ଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମର ଖଇରନ୍ଧା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା।

ସୂଚନାଯୋଗ୍ୟ ଯେ, ଖଇରନ୍ଧା ସାହିର ବିଜୁ ମୁଣ୍ଡାଙ୍କ ପତ୍ନୀ ଜୟନ୍ତୀ ମୁଣ୍ଡା ଗତ ଶନିବାର ନିଜ ସ୍ୱାମୀଙ୍କ ସହିତ ଝଗଡା ହେବା ପରେ ମାନସିକ ଭାରସାମ୍ୟ ହରାଇ ଘରେ ଗ୍ୟାଲେନରେ ଥିବା କିରାସିନକୁ ଦେହରେ ଢାଳି ନିଆଁ ଲଗାଇଦେଇଥିଲେ। ଫଳରେ ଜୟନ୍ତୀ ପଣ୍ଡା ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ଜୟନ୍ତୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବା ପାଇଁ ଡାକ୍ତର କହିଥିଲେ । ହେଲେ ସ୍ବାମୀ ବିଜୁଙ୍କ ପାଖରେ ଅର୍ଥ ନ ଥିବାରୁ ତାଙ୍କୁ ଘରକୁ ଫେରାଇ ଆଣିଛନ୍ତି। ଜୟନ୍ତୀଙ୍କ ଶରୀର ପ୍ରାୟ ୮୦ ଭାଗ ପୋଡି ଯାଇଥିବା ବେଳେ ଅସହ୍ୟ ଯନ୍ତ୍ରଣା ଛଟପଟ ହେଉଛନ୍ତି। ଜୟନ୍ତୀଙ୍କୁ ଚିକିତ୍ସା ପାଇଁ ସରକାରୀ ସ୍ତରରେ ସହାୟତା ଯୋଗାଇ ବଡ଼ ମେଡିକାଲରେ ଚିକିତ୍ସା କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular