spot_img

ଆଦିବାସୀ ଝିଅ ନମିତାଙ୍କ ସ୍ୱପ୍ନ ସାକାର କଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ଏହାକୁ ଶାକାର କରି ଦେଖାଇଛନ୍ତି କୋରାପୁଟ ବନ୍ଧୁ ଗାଁ ବ୍ଲକ ଚିନ୍ତାଗୁଡ଼ା ଗାଁର ଆଦିବାସୀ ଝିଅ ନମିତା ମେଲେକା । ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଅଭିନେତ୍ରୀ ବର୍ଷା ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ନମିତା ଏକ ଜଗନ୍ନାଥ ଭଜନ ଗାଉଥିବାର ଦେଖିବାକୁ ମିଳିଛି । ଏଥିରେ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଏବଂ ଗୀତିକାର ବିଜୟ ମଲ୍ଲ ଅଛନ୍ତି । ନମିତାଙ୍କୁ ସେ ଗଣମାଧ୍ୟମରେ ଦେଖିବା ପରେ ତାଙ୍କୁ ତାଙ୍କର ସ୍ୱପ୍ନ ପୁରଣ କରିବାକୁ ବର୍ଷା ପ୍ରତିଶ୍ରୁତି ଦେଇଥିଲେ । ସେ ତାଙ୍କ କଥା ଆଜି ରଖିଛନ୍ତି । ନମିତାଙ୍କ ଗୀତକୁ ଲୋକଲୋଚନକୁ ଆଣିଥିବା ଗଣମାଧ୍ୟମକୁ ସେ ଧନ୍ୟବାଦ ଜଣାଇଛନ୍ତି । ତାହାସହିତ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ , ଗୀତିକାର ବିଜୟ ମଲ୍ଲ ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତି ବର୍ଷା କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସେ ଟ୍ୱିଟ କରି ଲେଖିଛନ୍ତି, ସ୍ୱପ୍ନ ଦେଖିବାର ଅଧିକାର ସମସ୍ତଙ୍କର ଅଛି, ତେଣୁ ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ ନାହିଁ । ଆଶା ହରାଅନି, ଇଶ୍ୱରଙ୍କ ଉପରେ ବିଶ୍ୱାସ ରଖ, ନିଜ ଉପରେ ବିଶ୍ୱାସ ରଖ ଏବଂ ପରିଶ୍ରମ କର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular