ନୂଆଦିଲ୍ଲୀ: ଧୂଆଁ ଧୂଆଁ ଆଉ ଖାଲି ଧୂଆଁ । ରାଜଧାନୀ ଦିଲ୍ଲୀ ଏବେ ଧୂଆଁମୟ । ଦୀର୍ଘ ୮ ମାସ ପରେ ପୁଣି ଧୂଆଁମୟ ହୋଇଉଠିଛି ଦିଲ୍ଲୀ । ପୁଣି ଥରେ ପ୍ରଦୂଷଣ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆସନ୍ତା କିଛି ଦିନ ଭିତରେ ବାୟୁର ଦିଗ ବଦଳିବାକୁ ଯାଉଛି । ଏବଂ ବାୟୁର ଗତିରେ ବି ମନ୍ଥରତା ଆସିବ । ବିଶ୍ୱ ବିଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା ତଥା ପବନର ଗୁଣବତ୍ତା ଉପରେ ନଜର ରଖୁଥିବା ସଂସ୍ଥା ‘ସଫର’ ଏନେଇ ମତ ରଖିଛି । ସଫରର କହିବା ଅନୁସାରେ ବାୟୁ ବହିବାର ଦିଗରେ ପରିବର୍ତ୍ତନ ଓ ଗତିରେ ମନ୍ଥରତା ଆସିବା କାରଣରୁ ବୁଧବାର ଏୟାର କ୍ୱାଲିଟ୍ ଇନଡେକ୍ସ ବହୁତ ଖରାପ ଶ୍ରେଣୀକୁ ଆସିବାକୁ ଯାଉଛି । ହରିୟାଣା ଓ ପଞ୍ଜାବରେ ନଡା ଜଳିବା ଦ୍ୱାରା ଗତ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ବହୁତ ଖରାପ ହୋଇଥିଲା । ମାତ୍ର ରବିବାର ତାହା କିଛିକାଂଶରେ ସୁଧାର ଆସିଛି । ମାତ୍ର ଏବେ ପୁଣି ଥରେ ଦିଲ୍ଲୀର ପ୍ରଦୂଷଣ ବାୟୁପ୍ରଦୂଷଣର କାରଣ ହେବାକୁ ଯାଉଛି ।
ଦିଲ୍ଲୀରେ ୨୪ ଘଣ୍ଟାରେ ଏକ୍ୟୁଆଇ ୨୪୪ ରେକର୍ଡ ହୋଇଛି । ପୂର୍ବରୁ ରବିବାର ଏହା ୨୫୪, ଶନିବାର ୨୮୭, ଶୁକ୍ରବାର ୨୩୯ ଏବଂ ଗୁରୁବାର ୩୧୫ ରେକର୍ଡ ହୋଇଥିଲା । ଫେବୃୟାରୀ ୧୨ ପରଠାରୁ ଏହା ସବୁଠାରୁ ଏହା ଅଧିକ ରହିଛି । ତେବେ କଣ ଏହି ଏୟାର କ୍ୱାଲିଟ୍ ଇନଡେକ୍ସ ତଥା ଏକ୍ୟୁଆଇ । ହଁ ଏହା ହେଉଛି ବାୟୁର ଗୁଣବତ୍ତା ନିର୍ଣ୍ଣାୟକ ସୂଚକାଙ୍କ । ବାୟୁର ଗୁଣାତ୍ମକ ଶକ୍ତି ଶୂନ୍ୟରୁ ୫୦ ଭିତରେ ରହିଲେ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ସେହିପରି ୫୧ ରୁ ୧୦୦ ଭିତରେ ସନ୍ତୋଷଜନକ ,୧୦୧ ରୁ ୨୦୦ ପର୍ଯ୍ୟନ୍ତ ମଧ୍ୟମ ଏବଂ ୨୦୧ ରୁ ୩୦୦ ଭିତରେ ଖରାପ ହୋଇଥାଏ । ସେମିତି ୩୦୧ ରୁ ୪୦୦ ଭିତରେ ଏହା ବହୁତ ଖରାପ ହୋଇଥାଏ । ୪୦୧ର ୁ ୫୦୦ ଭିତରେ ସ୍ଥିତି ଅତ୍ୟଧିକ ଗମ୍ଭିର ବୋଲି ଜଣାଯାଇଥାଏ ।
ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ ଆସନ୍ତା ଦିନରେ ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ନେଇ ପୂର୍ବାନୁମାନ କରିଛି । ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତିରେ ମଧ୍ୟ ସୁଧାର ଆସିନି । ଉଭୟ ବାୟୁ ପ୍ରଦୂଷଣ ଏବଂ କରୋନା ଫୁସଫୁସ ଉପରେ ପ୍ରଭାବ ପକାଇଥାନ୍ତି । ଯାହା ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଏ । ବାୟୁ ପ୍ରଦୂଷଣ କାରଣରୁ କରୋନା ସଂକ୍ରମଣ ବଢିବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0