ଭୁବନେଶ୍ୱର: ରାଜ୍ୟବାସୀଙ୍କ ଉଦେଶ୍ୟରେ ସମ୍ବୋଧନ କଲେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଚଳିତ ବର୍ଷ କଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ସାରଦୀୟ ଦୁର୍ଗା ପୂଜା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂଜାରେ ସତର୍କ ରହିବାକୁ କହିଲେ । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଦୀର୍ଘ ସମୟ ହେଲା ସାରା ରାଜ୍ୟ କୋରନା ସହ ଲଢୁଛି । ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ୱୀକାର କରିବାକୁ ପଡିଛି । ଏଥି ପାଇଁ ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଭଲ ଲଢ଼ିବା ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ୬ ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି। ଏଥିରେ ଓଡ଼ିଶାର ସବୁ ନାଗରିକଙ୍କର ଅବଦାନ ରହିଛି। କିଛି ଲୋକ ଟିକେ ଅମାନିଆ ଅଛନ୍ତି, ପରିସ୍ଥିତି ଠିକ ବୁଝିବା ଦରକାର। ତେବେ ଗତ ୧୫ ଦିନ ହେଲା ରାଜ୍ୟରେ କୋଭିଡ଼ କେସ୍ କମିବା ଆରମ୍ଭ କରିଛି।ସେପ୍ଟେମ୍ବର ୨୬ରେ ୪ ହଜାରରୁ ଅଧିକ ଥିଲା। ଏବେ ୨ ହଜାର ତଳେ ରହିଛି। ପଜିଟିଭିଟି ରେଟ୍ ବି କମିଛି। ଆଗକୁ ଆହୁରି କମିବ। ୨ମାସ ତଳେ ଗଂଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ। ଲୋକଙ୍କ ସହଯୋଗ, କୋଭିଡ଼ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଂଜାମ,ଗଜପତିରେ ସଂକ୍ରମଣ କମିଛି, ଅନ୍ୟ ପାଇଁ ପ୍ରେରଣା ପାଲଟିଛି। କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0