spot_img

ପୁଣି ଜେଲ୍ ଗଲେ ଆକାଶ ପାଠକ

ଭୁବନେଶ୍ୱର : ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲେ। ସୋମବାର ରିମାଣ୍ଡ ଅବଧି ଶେଷ ହୋଇଛି। ପୁଣି ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ଟାଟା ମୋଟର୍ସର ଏମଡିର ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ୍ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ। ଲକ୍ଷାଧିକ ଟଙ୍କା ବାକି ରହିଥିବା ସୂଚନା କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ସଂପୃକ୍ତ ସଂସ୍ଥା ମଧ୍ୟ ଆକାଶ ପାଠକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular