spot_img

ବିଡିଓଙ୍କ ଆଲବମ ବିବାଦ: କୋଭିଡ ପୂର୍ବରୁ ସୁଟିଂ ନେଇ ସଫେଇ ଦେଲେ ଲକିମନ୍

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ ବିବାଦ । ସରକାରୀ କ୍ଷମତାର ଅପବ୍ୟବହାର କରି ରୋମାଂଟିକ ଆଲବମ ବିଡିଓ ଲରିମନ ଖରସେଲ । କୋଭିଡ ସମୟ ନୁହେଁ ବରଂ କୋଭିଡ ପୁର୍ବରୁ ଭିଡିଓଟି ଶୁଟ ହୋଇଥିବା ବିଡିଓ ସଫେଇ ଦେଇଛନ୍ତି । ତେବେ ଜଣେ କ୍ଲାସ–ୱାନ୍ ଅଧିକାରୀ ନିଜେ କେମିତି ଏପରି ଭିଡିଓ ଶୁଟ କଲେ ତାକୁ ନେଇ ଚର୍ଚା ଯୋର ଧରିଛି । ସେ ଏହି ଭିଡିଓ ନିଜ ସରକାରୀ ବାସଭବନ ଠାରୁ ଆରମ୍ଭ କରି ମୋଟର ଲଂଚରେ ସୁଟିଙ୍ଗ୍ କରିଛନ୍ତି । ସ୍ୱାଭିମାନ ଅଂଚଳର ପର୍ୟ୍ୟଟନ ର ବିକାଶ ଲାଗି ଏପରି ଭିଡିଓ କରାଯାଇ ଥିବା ସେ ଗଣମାଧ୍ୟମରେ ସଫେଇ ଦେଇଛନ୍ତି । ସେପଟେ ସ୍ୱାଭିମାନ ଅଂଚଳର କେଉଁ ପର୍ୟ୍ୟଟନ ସ୍ଥଳିକୁ ଫୋକସ କରିଛନ୍ତି ବିଡିଓ । ଓଡିଶା ପ୍ରଶାସନିକ ଅଧିକାରୀଙ୍କ କୋଡ ଅଫ କଣ୍ଡକ୍ଟକୁ ଜଳାଂଜଳି ଦେଇ ଏପରି ଆଲବମ ଭିଡିଓ ପ୍ରସ୍ତୁତ କଲେ କେମିତି ? ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେଇଥିଲେ କି ବିଡିଓ ? ସରକାରୀ ମୋଟର ଲଂଚ ବ୍ୟବହାର ଲାଗି ଅନୁମତି ନେଇଥିଲେ କି ? ଏମିତି ଅନେକ ପ୍ରଶ୍ନ ଉଠିଛି । ଗତ ଜୁନ କିମ୍ବା ଜୁଲାଇ ମାସରେ ‘ଏଇ ଶ୍ରାବଣ’ ନାମରେ ୟୁଟ୍ୟୁବରେ ଭିଡିଓଟି ଅପଲୋଡ କରା ଯାଇ ଏହାର ପ୍ରଚାର ପ୍ରସାର କରାଯାଇଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ୟୁଟ୍ୟୁବରୁ ଭିଡିଓଟି ତୁରନ୍ତ ଡିଲିଟ ମଧ୍ୟ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular