ଲକ୍ଷ୍ନୈ: ହାଥରସ ମାମଲାକୁ ନେଇ ଜୋର ଧରିଛି ରାଜନୀତି । ସୋମବାର ଆମ ଆଦମି ପାର୍ଟିର ସାଂସଦ ସଞ୍ଜୟ ସିଂହ ପୀଡିତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି । ପୀଡିତାଙ୍କ ପୁରା ପରିବାର ଭୟଭୀତ ରହିଥିବା ବେଳେ ପୁରା ଗାଁ ପୋଲିସ୍ ଛାଉଣୀ ହୋଇଥିବା ସେ କହିଛନ୍ତି । ଏଥି ସହ ମାମଲାର ସିବିଆଇ ଯାଞ୍ଚ କୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ସଞ୍ଜୟ ସିଂହ ପୀଡିତାଙ୍କ ପରିବାରକୁ ଭେଟି ବାହାରକୁ ଆସିବା ପରେ କିଛି ଦୁର୍ବୁତ ତାଙ୍କ ଉପରକୁ କାଳି ମାଡ କରିଥିଲେ । ଏହାକୁ ନେଇ ଆମ ଆଦମି ପାର୍ଟିର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି ଯେ, ଏଠାକୁ କାହାକୁ ଆସିବାକୁ ଅନୁମତି ଦିଆଯାଉନାହିଁ । ଯିଏ ବି ଆସୁଛି ତା ଉପରେ ଲାଠିମାଡ଼ କରାଯାଉଛି । ଏହାସହ ଯୋଗୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସଞ୍ଜୟ । ସେ କହିଛନ୍ତି ଯେ, ଯୋଗୀ ନିଜକୁ ଚୌକିଦାର ବୋଲି କହୁଥିଲେ । କିନ୍ତୁ ଏଠି ସେ ରାକ୍ଷସ ମାନଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ଆସିଥିବା ରିପୋର୍ଟରେ ସଫା ସଫା ଲେଖା ହୋଇଛି ଯେ, ଝିଅକୁ ଦୁଷ୍କର୍ମ କରାଯାଇଛି । ଏହା ସହିତ ଝିଅର ବୟାନକୁ ମଧ୍ୟ ତଦନ୍ତ ଅନ୍ତର୍ଭୂକ୍ତ କରାଯିବା ଉଚିତ । ମୃତ୍ୟୁ ପୂର୍ବରୁ ପୀଡ଼ିତା ଅଭିଯୁକ୍ତ ମାନଙ୍କ ନାମ କହିଥିଲେ ତେଣୁ ଏହାକୁ ନେଇ କାର୍ୟ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ସଞ୍ଜୟ ସିଂହ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0