spot_img

ଜାନୁଆରୀ ୩ରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଜାନୁଆରୀ ୩ରେ ଖୋଲିବାକୁ ଯାଉଛି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।ସୂଚନା ମୁତାବକ ମନ୍ଦିର ଖୋଲିବା ନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଉଛି । ମନ୍ଦିର ଖୋଲିବା ପରେ ପ୍ରଥମ ୫ଦିନ ସମ୍ବଲପୁର ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଭକ୍ତ ମା’ଙ୍କ ଦର୍ଶନ ସୁଯୋଗ ପାଇବେ ବୋଲି ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular