ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକମାନଙ୍କୁ ଅନଲାଇନରେ ତାଲିମ ଦିଆଯିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ଅଗଷ୍ଟ ୪ ତାରିଖରୁ ୫ ଦିନଧରି ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଏଥିରେ ରାଜ୍ୟରେ ୧୦୧ ଉତ୍କର୍ଷ ବିଦ୍ୟାଳୟରୁ ୨ଜଣ ଲେଖାଏଁ ଶିକ୍ଷକ ତାଲିମ ନେବେ । ସେହିପରି ଭାବେ ଯୁକ୍ତ ଦୁଇ କଲେଜର ଶିକ୍ଷକଙ୍କୁ ବି ତାଲିମ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିରେ ଶିକ୍ଷକ ମାନଙ୍କୁ ପ୍ରତ୍ୟେହ୨ଘଣ୍ଟାଧରି ତାଲିମ ଦିଆଯିବ । ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହୋଇ ସଫଳତା ହାର ବଢ଼ିବ ସେଥିପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଛି ।
ସେହିପରି ଚଳିତବର୍ଷ ୩୧ଟି ବିଦ୍ୟାଳୟର ମାଟ୍ରିକ୍ ପରୀକ୍ଷା ଫଳ ଶୂନ୍ୟ ହୋଇଥିବାରୁ ,ସେସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଆଗାମୀ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମ ଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0