ଆମେରିକା: ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏନେଇ ପ୍ରତିକ୍ରିୟା ରଖିଛି । ଆମେରିକା କହିଛି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତନ୍ତ୍ରର ଅଂଶ ଓ ଏନେଇ କଥାବାର୍ତ୍ତା ଜରିଆରେ ଆଲୋଚନା ହେବା ଦରକାର । ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ । ସେପଟେ ସୋସିଆଲ ମିଡିଆରେ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ ୱାର ଜାରି ରହିଛି । ଚାଷୀଙ୍କୁ ନେଇ ଅନ୍ତର୍ଜାତୀୟ ସେଲିବ୍ରିଟି ରିହାନା ଟ୍ୱିଟ କରିବା ପରେ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ସେଲିବ୍ରିଟି, କ୍ରିକେଟର ଚାଷୀ ଆନ୍ଦୋଳନ ନେଇ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ହ୍ୟାସଟ୍ୟାଗ ଇଣ୍ଡିଆ ଟୁଗେଦର ସହିତ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଟ୍ୱିଟରେ ସେ କହିଛନ୍ତି, ଭାରତ ଏକ ମହାନ ଦେଶ ଓ ଆମେ ଭାରତୀୟ ଏହାକୁ ନେଇ ଗୌରବାନ୍ୱିତ ମନେ କରୁଛୁ । ମୋର ପୁରା ଭରସା ଅଛି ଜଣେ ଭାରତୀୟ ଭାବରେ ଏହାର ସୌହାର୍ୟ୍ୟପୂର୍ଣ୍ଣ ସମାଧାନ ହୋଇପାରିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0