ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା । ଆସନ୍ତା ୨୦୨୬ମସିହା ସୁଦ୍ଧା ଏହି ଚିକିତ୍ସା ସୁବିଧା ଜିଲ୍ଲାସ୍ତରରେ କର୍କଟ ରୋଗୀମାନେ ପାଇପାରିବେ । ରେଡିଓ ଥେରାପି ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଜିଲ୍ଲାସ୍ତରରେ ରୋଗୀମାନେ ଏଭଳି ଚିକିତ୍ସାର ସୁଯୋଗ ନେଇପାରିବେ । ଯାହାଫଳରେ ରୋଗୀମାନଙ୍କୁ ଆଉ ଆଚାର୍ୟ୍ୟ ହରିହର ଭଳି କର୍କଟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପ୍ରଥମ ପର୍ୟ୍ୟାୟରେ ଭିମସାର, ଏମକେସିଜି, କୋରାପୁଟସ୍ଥିତ ଏସଏଲଏନ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, କେନ୍ଦୁଝର ଓ ବଡ଼ଗଡ଼ ଜିଲ୍ଲାରେ ଏହି ସୁବିଧା ମିଳିବ । ପରବର୍ତୀ ସମୟରେ ବାଲେଶ୍ବର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ ଓ ଭବାନୀପାଟଣାରେ ରେଡିଓ ଥେରାପି ଉପଲବ୍ଧ ହେବ । ଏଥିପାଇଁ ଏସବୁ ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ରାଜ୍ୟ କର୍କଟ କେୟାର ପ୍ଲାନ ଅଧୀନରେ ଏହି ସୁବିଧା ଦିଆଯିବ । ପ୍ରତ୍ୟେକ ସ୍ଥାନରେ ମେସିନ ସହିତ ଏହାର ଇନଷ୍ଟେଲେସନ ପାଇଁ ୧୫ କୋଟି ଟଙ୍କା ଖର୍ଚ କରାଯିବ । ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ବଙ୍କର ନିର୍ମାଣ କରାଯିବ । ଏଥିପାଇଁ ହେବାକୁ ଥିବା ଧାର୍ୟ୍ୟ ବ୍ୟୟ ଅଟକଳ କରାଯାଇଛି । ଅର୍ଥ ମଞ୍ଜୁର ହେବା ପରେ କାମ ଆରମ୍ଭ ହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0