ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମଣଳରୁ ସୁସ୍ଥ ହୋଇଛନ୍ତି । ସେ ନିଜେ ଏ ସର୍ମ୍ପକରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିପାଇଁ ସେ ଶୁଭେଛାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଉ କିଛିଦିନ ଏକାନ୍ତବାସରେ ରହିବେ ବୋଲି ଲେଖିଛନ୍ତି । ଏହା ସହିତ ହସ୍ପିଟାଲରେ ତାଙ୍କ ଚିକିତ୍ସା କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଗତ ଅଗଷ୍ଟ ୨ ତାରିଖେ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ଶରୀରରେ କରୋନାର ପ୍ରଥମ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡିଥିଲେ । ଏହା ପରେ ତାଙ୍କୁ ଗୁରୁଗାଁଓର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0