ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ଗତ କିଛି ଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମିତାଭ ବଚ୍ଚନଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଛି । ସୂଚନାଯୋଗ୍ୟ ବିଗ୍ ବି’ ଙ୍କର ଆହୁରି ୨ଟି ଟେଷ୍ଟ କରାଯିବ । ଗତ ୧୨ ଦିନ ହେବ ଅମିତାଭ ଏବଂ ଅଭିଷେକ ଚିକିତ୍ସା ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନଙ୍କୁ ମଧ୍ୟ ପ୍ରଥମେ ହୋମ କ୍ୱାରେଣ୍ଟାଇନରେ ରଖିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ଅମିତାଭ ବଚ୍ଚନଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିବା ଖବର ନାନାବତୀ ହସ୍ପିଟାଲର ଅଧିକାରୀ ସୂଚନା ଦେଇଛନ୍ତି । ଡାକ୍ତରଙ୍କ କହିବାନୁଯାୟୀ ଲଗାତାର ତାଙ୍କର ତିନଟି ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ସେହିଭଳି ହସ୍ପିଟାଲ ସହ ଜଡିତ ସୂଚନା ଅନୁଯାୟୀ, ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ଆଜି ଅଭିଷେକଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ଆସିନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0