spot_img

ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ସାନ ବୁର୍ଜାବାହାଲ ଗାଁରେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆଜି ଜଣେ ମହିଲା ଗୁରୁତ୍ୱର ହୋଇଥିବା ବେଳେ ତାଙ୍କ ସ୍ୱମୀଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟ ବ୍ୟକ୍ତି ଜଣଙ୍କ ହେଲେ ଶୁକ୍ର ସାଗର । ସ୍ତ୍ରୀ ଲଳିତା ସାଗରଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ର ନିଜ ଘର ପଛପଟେ ଶୌଚ ପାଇଁ ଯାଇଥିବା ବେଳେ ତଳେ ପଡ଼ିଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଲଳିତା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ଶୁକ୍ରଙ୍କୁ ମୃତ ଘୋଷଣା କରିଥିଲେ । ଲଳିତା ଏବେ ଡ଼ାକ୍ତରଖାନାରେ ଚିକସôାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular