ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଆମାଜନ ସହିତ ପାର୍ଟନରଶିପ କରିଛନ୍ତି । ଏହି ପାର୍ଟନରଶିପ ଦ୍ୱାରା ଭାରତରେ ପ୍ରଥମ ଥର ପାଇଁ ଆଲେକ୍ସାରେ ସେଲିବ୍ରିଟି ସ୍ୱର ଶୁଣିବାକୁ ମିଳିବ । ଆମାଜନର ଗ୍ରାହକମାନେ ଭାରତରେ ଅମିତାଭ ବଚ୍ଚନଙ୍କ ସ୍ୱର ଆଲେକ୍ସାରେ ଶୁଣିପାରିବେ । ଏହି ସୁବିଧା ଆଗାମୀ ବର୍ଷ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଆଲେକ୍ସାରେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସ୍ୱର ଯଥା ଜୋକ୍ସ, ପାଣିପାଗ, ଶାୟରୀ, ମୋଟିଭେସନାଲ କୋଟସ ଓ ବିଭିନ୍ନ ଉପଦେଶ ଓ ପରାମର୍ଶ ଆଦି ଶୁଣିବାକୁ ମିଳିବ । ଏହାକୁ ନେଇ ଅମିତାଭ ବଚ୍ଚନ ବହୁତ ଖୁସି ଅଛନ୍ତି, ଏହା ଏମିତି ଏକ ମାଧ୍ୟମ ଯାହାଦ୍ୱାରା ମୁଁ ମୋର ଶ୍ରୋତାମାନଙ୍କ ସହ ଜଡ଼ିତ ରହିପାରିବି ବୋଲି ଅମିତାଭ ବଚ୍ଚନ କହିଛନ୍ତି । ‘ଅମିତାଭ ବଚ୍ଚନଙ୍କ ସ୍ୱର ସମସ୍ତ ଭାରତୀୟ ମାନଙ୍କର ପସନ୍ଦ । ତେଣୁ ଆମେ ଏହା ଦେଖିବାକୁ ଅପେକ୍ଷା କରିଛୁ କି, ଆଲେକ୍ସାରେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣିବା ପରେ ଗ୍ରାହକମାନଙ୍କର ପ୍ରତିକ୍ରିୟା କଣ ରହୁଛି ।’ ତାହା ଆଲେକ୍ସା ଇଣ୍ଡିଆର ମୁଖ୍ୟ ପୁନୀଶ କୁମାର କହିଛନ୍ତି । ଅମିତାଭ ବଚ୍ଚନ ଭଏସ ଏକ୍ସପେରିୟନ୍ସ କିଣିବାପାଇଁ ଗ୍ରାହକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0