ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ବନ୍ୟଜନ୍ତୁ ବାରହା ଓ ମଣିଷର ଅନାବିଳ ପ୍ରେମ ଘଟଣା କିଛି ଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପାଳିତ ବାରହା ଧୁଡୁକୁ ଜଙ୍ଗଲରେ ଛାଡିବା ନେଇ ଦାବି ଏବେ ଜୋର ଧରିଲାଣି । ବନ୍ୟଜନ୍ତୁ ଘରେ ରଖିବା ଓ୍ବାଇଲ୍ଡ ଲାଇଫ ନିୟମ ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ ବୋଲି ମଧ୍ୟ ସ୍ବର ଉଠିଲାଣି। ଏ ପ୍ରସଙ୍ଗକୁ ବନ ବିଭାଗ ଭଲଭାବେ ଜାଣିଥିବା ସତ୍ତ୍ବେ କାହା ସ୍ବାର୍ଥରେ ଏବଂ କାହିଁକି କୁନ୍ତଳାଙ୍କୁ ଅନୁକମ୍ପା ଦେଖାଉଛି ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ଗାଁ ଲୋକଙ୍କ ଅଭିଯୋଗ କ୍ରମେ ଗତ ୯ ତାରିଖରେ ବାରହା ଧୁଡୁକୁ ଉଦ୍ଧାର କରି ବନ ବିଭାଗ କୁନ୍ତଳାଙ୍କ ଘରଠାରୁ ୨୫ କିଲୋମିଟର ଦୂର ସମାକୋଇ ଜଙ୍ଗଲରେ ଛାଡିଥିବା ବେଳେ ପୁଣି ୯ ଦିନ ପରେ କୁନ୍ତଳା ସମାକୋଇ ସଂରକ୍ଷିତ ଜଙ୍ଗଲର କମଳାଙ୍ଗଠାରୁ ଚଲେଇ ଚଲେଇ ବାରହା ଧୁଡୁକୁ ଘରକୁ ନେବା କଥା ଲୋକଙ୍କ ମନରେ ହଜମ ହେଉନି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0