ପାଇକସାହି: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ହାତୀଧରା ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ବାରହା ଶିକାର କରାଯାଇଛି। ଏହି ଘଟଣାରେ କେଞ୍ଚୁଆ ନାଳୀ ଗାଁର ତୋଫାନ ଭୋଇ ଓ ପ୍ରଫୁଲ୍ଲ ଭୋଇଙ୍କୁ ବନ ବିଭାଗ ଗିରଫ କରିଛି। ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି। ବନ ବିଭାଗର ସୂଚନା ମୁତାବକ, ଏହି ଅଭିଯୁକ୍ତମାନେ ବାରହା ଶିକାର ଉଦ୍ଦେଶ୍ୟରେ କ୍ଷେତ ନିକଟରେ ବିଦ୍ୟୁତ ତାର ବିଛାଇ ଥିଲେ, ଯାହାର ସଂସ୍ପର୍ଶରେ ଆସି ଦୁଇଟି ବାରହା ମୃତ୍ୟୁ ବରଣ କରିଛନ୍ତି। ବନ ବିଭାଗ ଦୁଇଟି ବାରହାଙ୍କର ମୃତଦେହ ଜବତ କରିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0