spot_img

ଗିରଫ ହେଲେ ଆଉ ତିନି ଅଭିଯୁକ୍ତ

ଯାଜପୁର: ଅପହରଣ ମାମଲାରେ ଗିରଫ ହେଲେ ଆଉ ତିନି ଅଭିଯୁକ୍ତ । ଘଟଣା ଘଟିଛି ଯାଜପୁର ବଡଚଣା ଥାନା ଅନ୍ତର୍ଗତ ବଡଘୂମରୀ ଗ୍ରାମରେ । ଗତ ୨୦ ଅଗଷ୍ଟରେ କିଛି ଦୃର୍ବୁତ ଦଶରଥୀ ନାୟକଙ୍କୁ ନିଜ ଦୋକାନରୁ ଅପହରଣ କରିଥେôଲ । ଏନେଇ ପରିବାର ପକ୍ଷରୁ ବଡଚଣା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ବଡଚଣା ଥାନା ଭାରପ୍ରାପ୍ତ ଅଧିକାରୀ ଏକ ସ୍ୱତନ୍ତ୍ର ଟିମ ଯୋଗେ ମୁଖ୍ୟ ଅଭିଯୁକ୍ତ ମାନସ ପଣ୍ଡାଙ୍କୁ ଧରିବାରେ ସଫଳ ହୋଇଛି । ତିନି ସହଯୋଗୀଙ୍କୁ ଅତି ଚତୁରତାର ସହ ଗିରଫ କରିବାରେ ସଫଳ ହୋଇଥିଲେ ଥାନା ଅଧିକାରୀ ପ୍ରିୟବ୍ରତ ରାଉତ । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଛି । ଅଭିଯୁକ୍ତ ପାଖରୁ ଚାରୋଟି ବନ୍ଧୁକ, ଏକ ମାରଣାସ୍ତ୍ର ସହିତ ଗୋଟିଏ ମାରୁତି ୮୦୦ ଜବତ କରିଛି ବଡଚଣା ପୁଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular