ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଔପଦା ଥାନା ଦାରିପୋଖରୀ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟି ଦାରିପୋଖରୀ ନିକଟରେ ଥିବା କେନାଲ ପାଣିରେ ଚାଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଚାନ୍ଦିପୁର ରେଞ୍ଜ ଫରେଷ୍ଟ ଗାର୍ଡଙ୍କୁ ଏ ନେଇ ଖବର ଦିଆଯାଇଥିଲା । ଖବର ପାଇ ଫରେଷ୍ଟ ଗାର୍ଡ ସେଠାରେ ପହଞ୍ଚି ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଏହି ବଜ୍ରକାପ୍ତାଟିର ଓଜନ ୪ କେ.ଜି.ରୁ ଅଧିକ ହୋଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0