ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀ ଠାରେ ହଜାର ହଜାର ଚାଷୀ ନୂତନ କୃଷି ଆଇନ ବିରୁଦ୍ଧରେ ଆନେ୍ଦାଳନ କରୁଛନ୍ତି । ତେବେ ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁ ଅନୁମୋତି ଦେଇଛି ଦିଲ୍ଲୀ ପୁଲିସ । ଏହି ରାଲିରେ ୫ ହଜାର ଟ୍ରାକ୍ଟର ଏବଂ ୫ ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୁଲିସଠାରୁ ଅନୁମତି ମିଳିଛି। ଟ୍ରାକ୍ଟର ରୢାଲି କାରଣରୁ ସାଧାରଣ ଯାତାୟତ ପାଇଁ ଡାଇଭରସନ୍ ରୁଟ୍ଗୁଡ଼ିକ ହେଉଛି ଏନ୍ଏଚ୍-୪୪ ଜିଟି ରୋଡ ଟ୍ରାଫିକ୍ରୁ ସିଂଘୁ ଶନି ମନ୍ଦିର, ଅଶୋକ ଫାର୍ମ, ସୁନ୍ଦରପୁର, ମୁକରବା ଚୌକ । ସକାଳ ୮ଟାରୁ ରାତି ୮ଟା ପର୍ୟ୍ୟନ୍ତ ଆନନ୍ଦ ବିହାର ରେଳ ଷ୍ଟେସନରୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ସକାଳ ୮ଟା ପୂର୍ବରୁ କେବଳ ଦୁଇଟି ଟ୍ରେନ୍ ଏଠାରୁ ଛାଡ଼ିବ। ଏହାପରେ ସନ୍ଧ୍ୟା ସୁଦ୍ଧା ଯିବାକୁ ଥିବା ୬ଟି ଟ୍ରେନ୍ରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ ୫ଟି ରାତି ୮ଟା ପରେ ଚଳାଚଳ କରିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0