spot_img

୩ ଭାଜପା ନେତାଙ୍କୁ ହତ୍ୟା ଘଟଣା: ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିପାତ

ଶ୍ରୀନଗର: ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛି । ରବିବାର ଜମ୍ମୁ-କାଶ୍ମୀର ପୋଲିସ୍ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନରେ ତାକୁ ନିପାତ କରିଛନ୍ତି । ଶ୍ରୀନଗର ଜଲାର ରଙ୍ଗରେତ୍ ଅଞ୍ଚଳରେ ଏକ ଏନକାଉଣ୍ଟରରେ ସୈଫୁଲ୍ଲା ନିହତ ହୋଇଛନ୍ତି । ତାଙ୍କର ଜଣେ ସାଥୀଙ୍କୁ ସେନା ଜୀବିତ ଧରିବାରେ ସଫଳ ହୋଇଛି । ରିୟାଜ ନାଇକୁ ନିହତ ହେବା ପରେ ପରେ ହିଜବୁଲର ମୁଖ୍ୟ କମାଣ୍ଡର ଭାବେ ଚଳିତ ବର୍ଷ ସୈଫୁଲ୍ଲାଙ୍କୁ ନିଯୁକ୍ତ କରାଯାଇଥିଲା । ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଜମ୍ମୁ-କାଶ୍ମୀର ପୋଲିସ୍ ମହାନିଦେ୍ର୍ଦଶକ ଦିଲବାଗ ସିଂ ସୂୂଚନା ଦେଇଛନ୍ତି । କିଛି ଦିନ ତଳେ ଭାରତୀୟ ଜନତା ପାର୍ଟିର ୩ ଜଣ କର୍ମକର୍ତ୍ତାଙ୍କ ହତ୍ୟା ପଛରେ ସୈଫୁଲ୍ଲା ହାତ ଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular