spot_img

ଜାତିସଂଘରେ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଭତ୍ସନା

ନୂଆଦିଲ୍ଲୀ:ମିଳିତ ଜାତିସଂଘରେ ଉଠିଲା ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ସୋମବାର ଦିନ ଜାତିସଂଘ ବୈଠକରେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତର ଜାତିସଂଘ ସଂଯୋଜିକା ରେନାଟଶ ଲୋକ ଡେସଲିଆନ । ଭାରତରେ ଦଳିତ ମହିଳାମାନଙ୍କ ପ୍ରତି ଲିଙ୍ଗଭେଦ ଆକାରରେ ବିପଦ ରହିଛି । ଯାହାର ପ୍ରମାଣ ଉତ୍ତରପ୍ରଦେଶର ହାଥରସ୍ ଓ ବଳରାମପୁର ଘଟଣାରୁ ସ୍ପଷ୍ଟ ହୋଇଛି । ଏହା ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ କୌଣସି ଟିପ୍ପଣୀ ନ ଦେବାକୁ ସେ ଗ୍ରହଣ କରିପାରିନାହାନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଯାହାକୁ ନେଇ ୟୁଏନ ଅଧିକାରୀ ସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି ଜାତିସଂଘରେ ଯେଉଁମାନେ ଏହି ବାବଦରେ ଆଲୋଚନା କରିଥିଲେ ସେମାନେ ଜାଣିବା ଦରକାର ଯେ ହାଥରସ୍ ମାମଲାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଏହି ମାମଲାର ଯାଞ୍ଚ ଏବେ ସିବିଆଇ କରୁଥିବାରୁ ଏକ ବାହ୍ୟ ଏଜେନ୍ମି ଏହା ଉପରେ ଜାତିସଂଘରେ ଟିପ୍ପଣୀ କରିବାର ଆବଶ୍ୟକତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଭାରତର ସମ୍ବିଧାନ ଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରୁଛି । ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତରେ ଘଟୁଥିବା ସମସ୍ତ ମାମଲାର ବିଚାର କରି ଦୋଷୀକୁ ଦଣ୍ଡ ଓ ଅଭିଯୁକ୍ତଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି । ଆମ ବିରୋଧରେ ଜାତିସଂଘରେ ଏଭଳି ଟିପ୍ପଣୀ ଦେବା ଠିକ୍ ନୁହେଁ । ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୟୁଏନଜିଏର ୭୫ ତମ ଅଧିବେସନ ଅନଲାଇନ ମାଧ୍ୟରେ କରାଯାଉଛି । ଏହି ଅଧିବେଶନ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛ

LEAVE A REPLY

Please enter your comment!
Please enter your name here

- Advertisment -

Most Popular