spot_img

ଏଟିପି ଫାଇନାଲରେ ଚାମ୍ପିୟନ ହେଲେ ମେଡଭେଡେଭ

ଲଣ୍ଡନ: ରୁଷିଆର ମେଡଭେଡେଭ ଏଟିପି ଫାଇନାଲ୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ବିପକ୍ଷରେ ଥିଲେ ୟୁଏସ ଓପନ ଚାମ୍ପିୟନ ଅଷ୍ଟ୍ରିଆର ଡୋମିନିକ ଥିମ । ତେବେ ତାଙ୍କୁ ୪-୬, ୭-୬ ୬-୪ ସେଟରେ ପରାସ୍ତ କରିଥିଲେ । ଅନ୍ୟପଟେ ମେଡଭେଡେଭଙ୍କ ବିଜୟ ଯାତ୍ରା ସହଜ ହୋଇନଥିଲା । ବିଶ୍ୱ ରେକିଙ୍ଗର ଟପ-୩ ଖେଳାଳିଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି । ତେବେ ଫାଇନାଲରେ ୩ ନମ୍ବର ଥିମଙ୍କୁ ହରାଇବା ପୂର୍ବରୁ ସେ ସେମିଫାଇନାଲରେ ୨ ନମ୍ବର ରାଫାଲ ନାଡାଲ ଏବଂ ଲିଗ ପର୍ଯ୍ୟାୟରେ ନମ୍ବର ୱାନ ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରିଛନ୍ତି । ଏହା ସହ ବିଶ୍ୱର ଚତଚର୍ଥ ଖେଳାଳି ଭାବରେ ମେଡଭେଡେଭ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ର୍ୟାକିଙ୍ଗର ଟପ-୩ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular