spot_img

ପରଲୋକରେ ଧୋନୀଙ୍କ କୋଚ ଦେବଲ ସହାୟ

ରାଞ୍ଚି: ବିହାର କି୍ରକେଟ ଆସୋସିଏସନର ଉପାଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କୋଚ ଦେବଲ ସହାୟଙ୍କ ମୃତ୍ୟୁ ଘଟିଛି । ରାଞ୍ଚିର ଏକ ଘୋରଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୭୩ ହୋଇଥିଲା । ତେବେ ଦୀର୍ଘ ୩ ମାସ ଧରି ସେ ଚିକିତ୍ସାଧିନ ଅବସ୍ଥାରେ ଥିଲେ । ଅନ୍ୟପଟେ ତାଙ୍କୁ ରାଞ୍ଚି କ୍ରିକେଟର ପିତାମହ ଭୀଷ୍ମ ବୋଲି କୁହାଯାଏ । ଏହା ସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କୋଚ ମଧ୍ୟ ରହିଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ଶୁଣି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଶକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular