ରାଜନଗର : ରାଜନଗର ବ୍ଲକ ହାତିନା ଛକ ନିକଟରେ ଓଲଟିଲା ଅଟୋ ଫଳରେ ୪ଆହତ । ଆହତ ମାନଙ୍କୁ ରାଜନଗର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା l ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଗୁରୁତ୍ୱର ମହିଳା ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଉଥିଲା l ସୂଚନାଯୋଗ୍ୟ ରାଜନଗର ରୁ ୮ଜଣ ଯାତ୍ରୀଙ୍କୁ ନେଇ ଆଜି ଅପରାହ୍ନ ସମୟରେ ଗୁପ୍ତି ଯାଉଥିବା ସମୟରେ ହାତୀନ ଛକ ନିକଟରେ ହଟାତ ଅଟୋଟି ଭାରସାମ୍ୟ ହରାଇ ଓଲଟାଇପଡିଥିଲା । ଅଟୋ ତଳେ ଚାପିହୋଇ ଗୁରୁତର ଥିବା ପ୍ରତିମା ସାମଲ ଘର ଓକିଲପାଳ ଜଣାପଡ଼ିଛି l ୪ ଜଣଯାକ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିବା ସମସ୍ତ ଅଟୋ ଯାତ୍ରୀଙ୍କ ଘର ଓକିଲପାଳ ବୋଲି ଜଣାପଡିଛି l



Visitors Today : 0
Total Visitors : 130169
Total Views : 9891615
Visitors Online Now : 0