ନୂଆଦିଲ୍ଲୀ: ଇରାକର ରାଜଧାନୀ ବାଗଦାଦରେ ଘଟିଛି ଦୁଇ ଦୁଇଟି ବଡ ଆତ୍ମଘାତୀ ବିସ୍ପୋରଣ । ଏଥିରେ ୨୦ ଜଣ ଛଟପଟ ହୋଇ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଗୁରୁତର ହୋଇଛନ୍ତି। ଏହା ସହ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ଥିବା ପୋଲିସ କହିଛି। ଆକ୍ରମଣକାରୀ ବାଗଦାଦର ତାୟାରାନ୍ ଛକରେ ଲାଗିଥିବା ଗହଳିକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ । ମଙ୍ଗଳବାର ଦିନ ଆକ୍ରମଣକାରୀ ଆତ୍ମଘାତୀ ବିସ୍ଫୋରଣ କରି ୨୦ ଜଣଙ୍କ ଜୀବନ ନେଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଛି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0