spot_img

ବଜରଙ୍ଗ ପୁନିଆ ଓ ଭାଲାରିଭାନ ସ୍ପୋର୍ଟସ ଆୱାର୍ଡ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ ଓ ଶୁଟର ଇଲାଭେନିଲ ସ୍ପୋଟର୍ସର ଆୱାର୍ଡ ପୁରସ୍କାରରେ ସମ୍ମାନିତ । ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରେସଲର ବଜରଙ୍ଗ ପୁନିଆ ଓ ଶୁଟର ଇଲାଭେନିଲ ଭାଲାରିଭାନ ଏଫଆଇସିସିଆଇ ଇଣ୍ଡିଆ ସ୍ପୋଟର୍ସ ଆୱାର୍ଡ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କୋଭିଡ ଯୋଗୁଁ ଚଳିବର୍ଷ ପୁରସ୍କାର ଉସôବ ଭର୍ଚୁଆଲ ଅନୁଷ୍ଠିତ ହୋଇଥିଲା । ୨୦୧୦-୨୦ ସିଜରେ ଏହି ଦୁଇ ଆଥଲେଟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଦୁହେଁ ସେମାନଙ୍କ କାଟେଗୋରିରେ ସ୍ପୋଟର୍ସ ପର୍ସନ ଅଫ୍ ଦି ଇୟର ପୁରସ୍କାର ଲାଭ କରିଛନ୍ତି । ରେସଲର ବଜରଙ୍ଗ ପୁନିଆ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ଟ୍ରେନିଂ ନେଉଛନ୍ତି । ପୁରସ୍କାର ପାଇବା ପରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପୁରସ୍କାର ପାଇ ସେ ଉସôାହିତ ଅଛନ୍ତି । ଭବିଷ୍ୟତରେ ଦେଶ ପାଇଁ ଅଧିକାରୁ ଅଧିକ ପଦକ ଜିତିବା ଲାଗି ସେ ତାଙ୍କର ପ୍ରୟାସ ଜାରି ରଖିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular