ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସେହି ଦିନଟିକୁ ସ୍ଥାନୀୟ ୨ଟି ଅଞ୍ଚଳ ପାଇଁ ବିଧିବଦ୍ଧ ଭାବେ ଛୁଟି ଘୋଷଣା କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ସଚିବଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି ।ସେହିଭଳି ଏହି ଉପନିର୍ବାଚନ ପ୍ରକ୍ରିୟାରେ ଜଡିତ ଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ଛୁଟି ପ୍ରଦାନ କରାଯିବ । ଯେଉଁମାନେ ଏକ ବିଶେଷ ସମୟ ତଥା ୩ ଦିନ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ରହିବେ, ସେମାନଙ୍କ ବିଶେଷ ଛୁଟି ବୃଦ୍ଧି କରାଯାଇପାରେ ବୋଲି କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0