ଜଳେଶ୍ୱର: ବାଲେଶ୍ୱର ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଜମ୍ଭିରାଇ, ନୂଆଗାଁ , ବାଲିବିଲ, ବେତଗଡିଆ ଇତ୍ୟାଦି ୬ଟି ପଞ୍ଚାୟତରେ ହେବାକୁ ଯାଉଛି ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ ରିଫାଇନାରୀ ପ୍ଲାଣ୍ଟ । ଯାହାକୁ ସୁବର୍ଣ୍ଣରେଖା ବନ୍ଦର ,ପ୍ରକଳ୍ପ ପାଇଁ ଗ୍ରୀନ ସିଗନାଲ ଦେଇସାରିଛନ୍ତି କେନ୍ଦ୍ର ସରକାର। ତେଣୁ ଏଠାରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ୟ୍ୟ। ଏଠାରେ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଲକ୍ଷାଧିକ ଲୋକ ରୋଜଗାରକ୍ଷମ ହୋଇପାରିବେ ବୋଲି ଦାବି କରିଛି କମ୍ପାନୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କାର୍ୟ୍ୟ ଆରମ୍ଭ କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ଉପକୂଳ ଭିଟାମାଟି ସୁରକ୍ଷା କମିଟି। ଏହି ଅଞ୍ଚଳ ସମୂଦ୍ର ଉପକୂଳବର୍ତ୍ତୀ ହୋଇଥିବାରୁ ଏଠାକାର ମାଟି ଉର୍ବର ତେଣୁ ଚାଷ ଖୁବ ଭଲ ହୋଇଥାଏ। ଏହି ସବୁ ଚାଷରୁ ଅଞ୍ଚଳବାସୀ ବର୍ଷକୁ ୭ ଲକ୍ଷରୁ ଅଧିକ ଅର୍ଥ ଉପାର୍ଜନ କରିଥାନ୍ତି । ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଅଞ୍ଚଳବାସୀ ଭିଟାମାଟି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଆଜି ଏହି ପ୍ରକଳ୍ପ ବିରୋଧରେ ହଜାର ହଜାର ଲୋକେ ପଞ୍ଚୁପାଲି ପଞ୍ଚାୟତର ଦ୍ୟାରିକା ମନ୍ଦିର ଠାରୁ ଚୌମୁଖ ପଞ୍ଚାୟତର କଙ୍କଡାପାଳ ମୁହାଣ ପର୍ୟ୍ୟନ୍ତ ଦୀର୍ଘ ୨୦ କିଲୋମିଟର ବ୍ୟାପୀ ମାନବ ଶୃଙ୍ଖଳ କରି ଭିଟାମାଟି ନଛାଡିବାକୁ ବଜ୍ର ଶପଥ ନେଇଥିଲେ। ଶହଶହ ମହିଳାଙ୍କ ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ଯଦି ପ୍ରଶାସନ ଅଞ୍ଚଳବାସୀଙ୍କ ଗୁହାରୀ ନଶୁଣିବେ ତାହାଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0