ପୁରୀ: ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣ। ସମୁଦ୍ର କୂଳ ସଫା କରୁଥିବା ବେଳେ ଦୁଇ ଜଣ ମହିଳା ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରିଛି ବାରହା। ଆହତ ଦୁଇ କର୍ମଚାରୀ ବାଲି ନୋଳିଆ ସାହି ହରିଜନ ବସ୍ତିର ପ୍ରମିଳା ନାୟକ ଏବଂ ରଶ୍ମିତା ନାୟକ ବୋଲି ଜଣା ପଡ଼ିଛି। ଘଟଣାଟି ଭୋର ୪ଟା ୩୦ମିନିଟ ସମୟରେ ସ୍ବର୍ଗଦ୍ବାର ନିକଟ ଭାରତ ସେବାଶ୍ରମ ଛକରେ ଘଟିଛି। ବାରହା ପ୍ରମିଳା ଏବଂ ରଶ୍ମିତାଙ୍କୁ ଆକ୍ରମଣ କରିବା ପରେ ଏବେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ପକ୍ଷରେ ଜଣେ ମହିଳା ସଫେଇ କର୍ମଚାରୀ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। “ଆମକୁ ପ୍ରଶାସନ ପକ୍ଷରୁ ଭୋର ୩ଟାରୁ ପରିମଳ କାର୍ୟ୍ୟ କରିବାକୁ କୁହାଯାଉଛି, ଯାହା ଅସୁରକ୍ଷିତ ଅଟେ। ଆମକୁ ପୂର୍ବରୁ କୁହାଯାଇଥିଲା ଯେ ମହିଳା ପରିମଳ କର୍ମଚାରୀଙ୍କୁ ବିଳମ୍ବିତ ରାତି ଏବଂ ଭୋର ସମୟରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ। ତେବେ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବୁ” ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0