spot_img

କରୋନାକୁ ହରାଇଲେ ବରୁଣ ଧୱନ ଓ ନୀତୁ ସିଂହ

କରୋନାକୁ ହରାଇଲେ ବଲିଉଡ଼ର ଦୁଇ ତାରକା ବରୁଣ ଧୱନ ଓ ନୀତୁ ସିଂହ । ବର୍ତ୍ତମାନ ଉଭୟ କଳାକାର ନିଜର ଅପକମିଙ୍ଗ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ ଆରମ୍ଭ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି । ତେବେ ଏମାନଙ୍କ ସହ ଆଉ ଦୁଇ ତାରକା ଯଥା ଅନୀଲ କପୁର, କିଆରା ଆଡ଼ଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବେ ଏହି ଫଲ୍ମର ସୁଟିଂ ସମୟରେ ସମସ୍ତ କଳାକାର କରୋନା ଭାଇରାସ କବଳରେ ଆସିଥିବା କଥା ସାମ୍ନାକୁ ଆସିଥିଲା । ଫିଲ୍ମର ନିଦେ୍ର୍ଦଶକ ରାଜ ମେହେଟ୍ଟା ମଧ୍ୟ କରୋନାର ଶିକାର ହୋଇଥିଲେ । ଯେଉଁଥିପାଇଁ ଫିଲ୍ମର ସୁଟିଂକୁ ଅଧାରୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ଭଲ ଅଛନ୍ତି । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସୁଟିଂ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular