spot_img

ପାଣି ପାଇଁ ଡ଼ହଳବିକଳ ଆଦିବାସୀ ଗାଁ ଲୋକ

ସାହାରପଡ଼ା : ପାଣି ପାଇଁ ଡ଼ହଳବିକଳ ଆଦିବାସୀ ଗାଁ ଲୋକ । କେନ୍ଦୁଝର ସାହାରପଡ଼ା ବ୍ଲକ ଅଧିନ କୁଚେଇବେଡ଼ା ବନ୍ଦ ସାହିର ଆଦୀବାସୀ ଲୋକେ ପାନୀୟ ଜଳ ପାଇବାରୁ ବଂଚିତ । ସାହିରେ ୧୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଏବଂ ଦିନ ମଜୁରିଆ କାମ କରି ସେମାନେ ନିଜର ଗୁଜୁରାଣ ମେଂଟାଉଛନ୍ତି । ସ୍ୱାଧୀନତାର ୭୪ ବର୍ଷ ବିତି ଯାଇଥିଲେ ମଧ୍ୟ ଗାଁରେ ପାନୀୟ ଜଳ ଯୋଗାଇ ଦିଆଯାଇ ନାହିଁ । ବାରମ୍ବାର ସରପଂଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବାଧ୍ୟ ହୋଇ ସେମାନେ ପୋଖରୀ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଏବାବଦରେ ସ୍ଥାନୀୟ ସରପଂଚ ନିରୁପମା ଦେଉରୀଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତୁରନ୍ତ ସ୍ଥାନୀୟ ଅଂଚଳରେ ପାନୀୟ ଜଳ ଯଗାଇ ଦେଲେ ଆଦୀବାସୀମାନେ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular