ବିବାହ ପୂର୍ବରୁ ବ୍ୟାଚଲର୍ସ ପାର୍ଟି ଦେଲେ ବରୁଣ ଧୱନ । ଆସନ୍ତାକାଲି ବିବାହ କରୀବେ ବଲିଉଡ଼ର ବଦ୍ରିନାଥ । ସେ ନିଜର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ଜୀବନ ସାଥୀ କରିବାକୁ ଯାଉଛନ୍ତି । ତେବେ ବିବାହ ପୂର୍ବରୁ ନିଜର କିଛି କ୍ଲୋଜ ଫ୍ରେଣ୍ଡ ସହ ମିଶି ବ୍ୟାଚଲର୍ସ ପାଟି କରିଛନ୍ତି । ତେବେ ବରୁଣଙ୍କ ଏହି ପାଟିରେ ନିଦେ୍ର୍ଦଶକ ଶଶାଙ୍କ ଖେତାନ ମଧ୍ୟ ଯୋଗ ଦେଇଥିଲେ । ଜାନୁଆରୀ ୨୪ରେ ଅଲିବାଗର ‘ଦ ମେନସନ ହାଉସ’ର ଲଗଜୁରୀ ରିର୍ଜଟରେ ବରୁଣ ଓ ନତାଶାଙ୍କ ବିବାହହେବ । କରୋନାକୁ ଦୃଷ୍ଟିରେ ରଖି ଏହି ବିବାହରେ ମାତ୍ର ୪୦ ଜଣ ବନ୍ଧୁବାନ୍ଧବ ସାମିଲ ହେବେ । ତେବେ ଏହି ବିବାହରେ ସାମିଲ ହେବାକୁ ଥିବା ସମସ୍ତ ବନ୍ଧୁବାନ୍ଧଙ୍କର କରୋନା ଟେଷ୍ଟ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0