ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ସେୟାର କରିଥାନ୍ତି। ଫିଲ୍ମରେ ନଜର ଆସୁନଥିଲେ ମଧ୍ୟ ସେ ଫ୍ୟାନ୍ଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିଥାନ୍ତି। ନିକଟରେ କିଙ୍ଗ୍ ଖାନ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଖୁବ୍ ସୁନ୍ଦର କ୍ୟାପସନ୍ ଦେଇଛନ୍ତି, ଯାହା ବେଶ୍ ଭାଇରାଲ ହେଉଛି। ଶାହାରୁଖ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ପୁଲ ଗେମ୍ ଖେଳୁଥିବା ବେଳେ ତାଙ୍କ ନଜର ପିଙ୍କ୍ ବଲ୍ ଉପରେ ରହିଛି। ଶାହାରୁଖଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ପ୍ରାୟ ୨୧ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି। ସେହିପରି ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରିଛନ୍ତି। ଶାହାରୁଖଙ୍କୁ ଖୁବ୍ଶୀଘ୍ର ପଠାନ୍ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଇବେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0